ଦେବୀ ପ୍ରପନ୍ନାର୍ତ୍ତି ହରେ ପ୍ରସୀଦ
ପ୍ରସୀଦ ମାର୍ତର୍ଜଗତୋଽଖିଳସ୍ୟ
ପ୍ରସୀଦ ବିଶ୍ବେଶ୍ବରୀ ପାହି ବିଶ୍ବଂ
ତ୍ବମିଶ୍ବରୀ ଦେବୀ ଚରାଚରସ୍ୟ
” ଶ୍ରୀମଦ୍ ଜଗତ୍ଗୁରୁ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ "ସୌନ୍ଦର୍ଯ୍ୟ ଲହରୀ” ପୁସ୍ତକରେ ଲେଖିଛନ୍ତି -
ବିରଞ୍ଚିପଞ୍ଚତ୍ବଂ ବ୍ରଜତି ହରିରାୟୋତି ବିରତିମ୍
ବିନାଶଂ କୀନାଶୋ ଭଜତି ଧନଦୋ ଯାତି ନିଧନମ୍
ବିତନ୍ଦ୍ରୀମାହେନ୍ଦ୍ରୀ ବିତତିରପି ସଂମୀଳିତ ଦୃଶା
ମହାସଂହାରେଽସ୍ମିନ୍ ବିହରତି ସତି ତ୍ଵତ୍ ପତିରସୌ ।
“ ମହାପ୍ରଳୟରେ ସମସ୍ତଦେବତା ଲୟପ୍ରାପ୍ତ ହୁଅନ୍ତି । କେବଳ ପରମବ୍ରହ୍ମ ରହିଥାନ୍ତି । ଶକ୍ତି ମଧ୍ୟ ଅବ୍ୟକ୍ତଭାବେ ପରମଶିବଙ୍କ ସହିତ ରହିଥାନ୍ତି । ଶକ୍ତିଙ୍କର ନିର୍ଦ୍ଦେଶରେ ସମସ୍ତ ପ୍ରଳୟରେ ଲୀନ ହେଲେ ମଧ୍ୟ କେବଳ ଶକ୍ତି ଅବିନଶ୍ଵର ଭାବେ ରହନ୍ତି । ଏଣୁ କୁହାଯାଇଛି-“ହେ ସତି । ଯେତେବେଳେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ମହେଶ, ଇନ୍ଦ୍ର କୁବେର ଆଦି ମୃତ୍ୟୁଲାଭକରନ୍ତି ସେତେବେଳେ କେବଳ ମହାପ୍ରଳୟରେ ତୁମର ସ୍ଵାମୀ ନିର୍ଗୁଣ ବ୍ରହ୍ମରୂପେ ବଞ୍ଚି ରୁହନ୍ତି । ଏହା ଭଗବତୀଙ୍କ ସତୀତ୍ଵର ପ୍ରଭାବରୁ ସମ୍ଭବ ହୁଏ । ସଦାଶିବଙ୍କର ତତ୍ତ୍ଵରେ ବିଶ୍ଵର ବୀଜ ରହିଥାଏ । ସେ ବୀଜ କେବେ ନଷ୍ଟ ପ୍ରାପ୍ତ ହୁଏ ନାହିଁ । ଯଦି ବିଶ୍ଵର ବୀଜନଷ୍ଟ ହୋଇଯିବ, ତେବେ ପ୍ରଳୟପରେ ସୃଷ୍ଟି କିପରି ସମ୍ଭବ ହୁଅନ୍ତା ।”
ଏହି ସିନ୍ଧାନ୍ତରୁ ଜଣାଯାଏ ଓ ଏଥିରୁ ପ୍ରମାଣିତ ହୁଏ ଯେ ଶିବ ଶକ୍ତି ଯୁକ୍ତ ହୋଇ ସୁନ୍ଦିତ ହୋଇଥାନ୍ତି । ଏହା ସୌନ୍ଦର୍ଯ୍ୟ ଲହରୀର ପ୍ରଥମ ଶ୍ଳୋକରେ ଅବତାରଣା କରାଯାଇଛି ।
No comments:
Post a Comment